ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ସମ୍ମାନ ସମାରୋହ

Odisha Hot News
1 Min Read

ରଣପୁର: ବିଶ୍ୱ ମହାମାରୀ କରୋନା ସମୟରେ ଯୋଦ୍ଧା ଓ ସାମାଜିକ କର୍ମୀମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳରେ ସମ୍ବର୍ଦ୍ଧିତ କରି ଖ୍ୟାତି ଅର୍ଜନ କରିଥିବା ଉତ୍କଳୀୟମ ଫାଉଣ୍ଡେସନ ଦ୍ୱାରା ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା କୁମ୍ଭାରୀ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବଡ଼ କୁମାରୀ ସରପଞ୍ଚ ପ୍ରଫୁଲ କୁମାର ପ୍ରଧାନ, ସମାଜସେବୀ କିଶୋର ଚନ୍ଦ୍ର ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିରେ ଚିତ୍ରକର ତଥା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଜୟ କୁମାର ଦାଶ, ବେହେଲା ବାଦକ ସୁବାଷ ଚନ୍ଦ୍ର ବେହେରା ମୁଣ୍ଡୁ ପୋତା ଆଦିବାସୀ ସମ୍ପ୍ରଦାୟ ବେଶରେ ସଜ୍ଜିତ ହୋଇ ଉପସ୍ଥିତ ଲୋକମାନଙ୍କୁ ସାପ କାମୁଡାର ପ୍ରତିକାର ସମ୍ବନ୍ଧରେ ବୁଝାଇ ଥିଲେ। ଏଥିରେ ବିଭିନ୍ନ ଅଞ୍ଚଳର ଯୁବ ସାହିତ୍ୟକ, କଳାକାର, କବି,ଶିକ୍ଷକ, କ୍ରୀଡ଼ାବିତ, ସାମ୍ବାଦିକ, ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଅତିଥି ଓ ଦର୍ଶକମାନେ କହିଥିଲେ ଯେ ପୀଡିତ, ଅସହାୟମାନଙ୍କର ସ୍ୱର ହେଉଛି ଉତ୍କଳୀୟମ ଫାଉଣ୍ଡେସନ।

ଏହି ଫାଉଣ୍ଡେସନ ଅସହାୟ ଲୋକମାନଙ୍କ ପାଇଁ ସର୍ବଦା କାର୍ଯ୍ୟ କରି ଆସୁଛି ଓ ଆଗକୁ ମଧ୍ୟ କାର୍ଯ୍ୟ କରି ଅସହାୟ ଲୋକମାନଙ୍କ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ କହିଛନ୍ତି।

Share This Article