ପୁରୀ: ଚଳନ୍ତା କାରରେ ନିଆଁ । ଅଳ୍ପକେ ବର୍ତ୍ତିଲେ ୨ ଜଣ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଜଣକ ଗାଡିରେ ନିଆଁ ଲାଗିଥିବା ଜାଣିପାରି ତୁରନ୍ତ ଗାଡିରୁ ବାହାରି ଆସିବା ସହ ଲୋକଙ୍କୁ କାରରୁ ବାହାରକୁ ଆଣିଥିଲେ । ଫଳରେ କାରରେ ଥିବା ୨ ଜଣଙ୍କ ଜୀବନ ବଞ୍ଚି ଯାଇଛି । ମହମ୍ମଦ ସାହିକ ତାଙ୍କର ଜଣେ ସମ୍ପର୍କୀୟଙ୍କୁ କଟକ ବଡ ମେଡିକଲ ନେଇ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲା ।
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ଚଳନ୍ତା କାରରେ ଲାଗିଲା ନିଆଁ

You Might Also Like
Odisha Hot News
- Advertisement -
Comment