ଛତ୍ରପୁର – ରାଜ୍ୟରେ ରାଜଧାନୀ ଭୁବନେଶ୍ୱର କରୋନା ହଟ୍ସ୍ପଟ୍ ସହର ପାଲଟିଛି। ଇତି ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମାତ୍ରାଧିକ ଏଠାରୁ ହୋଇଥିବାରୁ ଏବେ ଭୁବନେଶ୍ୱରରୁ ବିଭିନ୍ନ ଅଞ୍ଚଳକୁ ଫେରୁଥିବା ବ୍ୟକ୍ତିମାନଙ୍କ ଉପରେ ଅନ୍ୟ ଜିଲା ପ୍ରଶାସନ ନଜର ରଖୁଛି। ଏହି କ୍ରମରେ ଭୁବନେଶ୍ୱରକୁ ଯାଇ ପୁଣି ଗଞ୍ଜାମ ଜିଲାକୁ କେତେକ ଅଫିସର ଫେରିଥିବା ପ୍ରଶାସନ ଜାଣିପାରଛି। ଏପରିକି କେତେକ ଅଫିସର ବିନା ଅନୁମତିରେ ଏବଂ ନ ଜଣାଇ ହେଡ୍ କ୍ୱାଟର୍ ଛାଡି ବାରମ୍ବାର ଭୁବନେଶ୍ୱର ଯାଇ ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ ତାରିଖରୁ ଏପର୍ଯ୍ୟନ୍ତ କେଉଁ ଅଧିକାରୀ ଭୁବନେଶ୍ୱର ଯାଇଛନ୍ତି ସେମାନଙ୍କୁ ଚି଼ହ୍ନଟ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ବିଏମ୍ସି କମିଶନର ଓ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେମାନଙ୍କୁ ଚି଼ହ୍ନଟ କରାଯିବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ୨୧ ଦିନିଆ କ୍ୱାରାଣ୍ଟାଇନ୍ରେ ରଖାଯିବ। ଅପରପକ୍ଷରେ ବ୍ରହ୍ମପୁର ସାଉଥକୋର ଅଥରାଇଜ୍ଡ ଅଫିସର ପ୍ରଦୀପ କୁମାର ସାହୁଙ୍କୁ ଜିଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେ ନ ଜଣାଇ ବାରମ୍ବାର ଭୁବନେଶ୍ୱର ଯାଇଥିବା ଜ଼ିଲାପାଳଙ୍କୁ ଖବର ମିଳିଥିଲା। ତେବେ ତାଙ୍କୁ ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର ଯାଇଥିବା ଅଧିକାରୀଙ୍କୁ ଖୋଜୁଛି ଗଞ୍ଜାମ ଜିଲା ପ୍ରଶାସନ
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
