ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଗସ୍ତରେ ଯାଇ ସେଠାକାର କୋଭଡ୍ ହସ୍ପିଟାଲର ସମୀକ୍ଷା କରିଥିବା ଜଣାଯାଇଛି।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଭୁବନେଶ୍ବର ବିମାନବନ୍ଦରରୁ ହେଲିକେପ୍ଟର ଯୋଗେ ଯାତ୍ରା କରି ପ୍ରଥମେ କେନ୍ଦୁଝରରେ ପହଞ୍ଚିଥିଲେ। ସେଦୁହେଁ କେନ୍ଦୁଝର ବ୍ଲକର ରାଙ୍କିରେ ନିର୍ମାଣାଧୀନ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଆନୁସାଙ୍ଗିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ତା’ପରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବାରିପଦାରେ ପହଞ୍ଚି କିସ୍ ବ୍ୟାଙ୍କିସୋଲ୍ କ୍ୟାମ୍ପସରେ କୋଭିଡ ହସ୍ପିଟାଲର ଯାଞ୍ଚ କରିଥିଲେ। ଏହାପରେ ଜ୍ୟୋତି ହସ୍ପିଟାଲ ଦ୍ବାରା ପରିଚାଳିତ ବାଲେଶ୍ୱରର କୁରୁଡ଼ାସ୍ଥିତ କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଆନୁସାଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ସୂଚନାଯୋଗ୍ୟ, ଉକ୍ତ ଜିଲ୍ଲାମାନଙ୍କରେ କୋଭଡ୍ ହସ୍ପିଟାଲର ସମୀକ୍ଷା ହେବା ନେଇ ଟୁଇଟ୍ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ।

свадьба под ключ москва организация свадьбы под ключ