ଭୁବନେଶ୍ୱର : ଲକ୍ଡାଉନ୍ ସମୟରେ ଚାଷୀମାନେ ଯେପରି ସେମାନଙ୍କର ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହେ ମଧ୍ୟରେ ପ୍ରତି ଜିଲାରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯିବ। ଚଳିତ ମାସ ସୁଦ୍ଧା ରାଜ୍ୟରେ ୩୬ଟି ସ୍ଥାନରେ ୬ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ଦକ୍ଷିଣ ଓଡ଼ିଶାର ଏମ୍କେସିଜି ହସ୍ପିଟାଲରେ କୋଭିଡ୍ ପରୀକ୍ଷଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ୨ ଦିନ ମଧ୍ୟରେ ଅର୍ଥାତ୍ ଏପ୍ରିଲ ୧୬ ସୁଦ୍ଧା ବୁର୍ଲା ଭିମ୍ସାରରେ କୋଭିଡ୍ ପରୀକ୍ଷା ନେଇ ସୁବିଧା କରିବା ଲାଗି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ୍ରେ କୋଭିଡ୍ ପରୀକ୍ଷଣ ଆରମ୍ଭ କରାଯାଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ବୈଠକରେ ସୂଚନା ଦେଇଥିଲେ। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ପୋଲିସ ତଥା ପ୍ରଶାସନିକ ଅଧିକାରୀଙ୍କୁ ସର୍ବୋତ୍ତମ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ଼ ଲକ୍ଷଙ୍କୁ ତାଲିମ ଦିଆସରିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କୃଷିଜାତ ସାମଗ୍ରୀ ପରିବହନରେ ଚାଷୀଙ୍କୁ ଯେପରି ଅସୁବିଧା ନ ହୁଏ
1 Comment
1 Comment

Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji. Aktualny kod promocyjny za rejestracje 2026 w internetowym polskie kasynie: GRACZWILD (Skopiuj ten kod) – 40 free spins za rejestrację w Wild Fruits od Endorphina.