ଭିଜିଲାନ୍ସ ଜାଲରେ ନାକଟିଦେଉଳ ମତ୍ସ୍ୟଅଧିକାରୀ ସ୍ନେହଲତା ମହାନ୍ତି

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢାଖୋଲ: ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଠାରୁ ଚେକ୍ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ନାକଟିଦେଉଳ ବ୍ଲକ୍ ର ଜନୈକା ମତ୍ସ୍ୟ ଅଧିକାରୀ ଧରାପଡି ଗିରଫ ହୋଇଥିବା ଖବର ହସ୍ତ ଗତ ହୋଇଛି।

ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି ଯେ, ନାକଟିଦେଉଳ ବ୍ଲକ୍ ବଳମ୍ ପଞ୍ଚାୟତର ଉପରମୁଣ୍ଡା ଗ୍ରାମରେ ଥିବା ସମଲେଇ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଆତ୍ମନିର୍ଭର ଶୀଳ ହେବା ପାଇଁ ପଂଚାୟତର ଏକ ପୋଖରୀରେ ମାଛ ଚାଷ କରିଛନ୍ତି। ସରକାରଙ୍କ ତରଫରୁ ଗ୍ରୁପ୍ କୁ ମଧ୍ୟ ସବ୍ ସିଡି ମଧ୍ୟ ଦିଆ ଯାଉଛି। ସବସିଡି ପାଇଁ ନାକଟିଦେଉଳ ବ୍ଲକ୍ ର ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତି ସମଲେଇ ଏସ୍ ଏଚ୍ ଜି ଗ୍ରୁପ୍ କୁ ୨୦ ହଜାର ଟଙ୍କା ଚେକ୍ ମାଧ୍ୟମରେ ଲାଞ୍ଚ ମାଗିଥିଲେ। ଗ୍ରପ୍ ର ସଭ୍ୟାମାନେ ମଧ୍ୟ ହଁ କରିଥିଲେ।

ଆଜି ଗ୍ରୁପ୍ ସଭାପତି ଓ ସଂପାଦିକାଙ୍କ ଦସ୍ତଖତ ଥିବା ଏକ ଚେକ୍ ଗ୍ରୁପ୍ ତରଫରୁ ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତିଙ୍କୁ ଦିଆଯାଉଥିବା ବେଳେ ସମ୍ବଲପୁରର ଭିଜିଲାନ୍ସ ବିଭାଗ ଧରିପକାଇଥିଲା। ସଙ୍ଗେ ସଙ୍ଗେ ମତ୍ସ୍ୟ ଅଧିକାରୀକୁ ଗିରଫ କରିନେବା ସହ ରେଢାଖୋଲ ଠାରେ ଥିବା ତାଙ୍କ ବାସ ଭବନରେ ଚଢଉ କରିଥିଲା ଭିଜିଲାନ୍ସ ବିଭାଗ

ଏହି ଘଟଣା ଘଟିଥିଲେ ମଧ୍ୟ ନାକଟିଦେଉଳ ଗଣ ମାଧ୍ୟମ ପ୍ରତିନିଧି ମାନେ ଜାଣି ପାରି ନଥିଲେ। ଅଂଚଳରେ ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share This Article