କେନ୍ଦୁଝର ଜିଲ୍ଲା ମୂଷାଖରୀ ଏବଂ ଏରେଣ୍ଡେଇ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

Odisha Hot News
1 Min Read

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖରୀ ଏବଂ ଏରେଣ୍ଡେଇ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ଅଧିକାରୀମାନେ ବ୍ୟାଙ୍କ୍ ଓ କୃଷି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା,  ଜୈବିକ କୃଷି ପଦ୍ଧତି, ଅତ୍ୟାଧୁନିକ କୃଷି ପ୍ରଣାଳୀ, ଡ୍ରୋନ ସାହାଯ୍ୟରେ କୀଟ ନାଶକ ସିଞ୍ଚନ ଉପରେ ଲୋକଙ୍କୁ ସଚେତନ କରିଥିଲେ। ସମନ୍ଵିତ ଶିଶୁ ଓ ମହିଳା ବିକାଶ ଯୋଜନା, କିଶୋର କିଶୋରୀଙ୍କ ରକ୍ତହୀନତା ଦୂର କରିବା, ଆଇରନ ଓ କୃମି ଔଷଧ ସେବନ ଉପରେ  ମଧ୍ୟ ଆଲୋକପାତ କରିଥିଲେ।

ସେହିପରି ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ଆର୍ଥିକ ସୁରକ୍ଷା ଯୋଜନା, ପେନସନ ଯୋଜନା ଓ ବିଶ୍ଵକର୍ମା ଯୋଜନା ଉପରେ ହିତାଧିକାରୀଙ୍କୁ ବୁଝାଇଥିଲେ। ଏହି ଅବସରରେ ହିତାଧିକାରୀ ମାନେ କେନ୍ଦ୍ର ସରକାରଙ୍କ ତରଫରୁ ପାଇଥିବା ବିଭିନ୍ନ ଯୋଜନାର ଲାଭକୁ ନେଇ ମତାମତ ରଖିବା ସହିତ  ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

 

କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ବୁଦ୍ଧିଜୀବୀଙ୍କ ସମେତ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।

Share This Article