ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ମୁଖ୍ୟମନ୍ତ୍ର ଭୂପେଶ ବାଘେଲ

Odisha Hot News
1 Min Read

ରାୟପୁର: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗତକାଲି ରାତିରେ ଭୂପେଶ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଇସ୍ତଫା ପତ୍ର ଦେବା ପରେ ସେ କିଛି ସମୟ ରାଜ୍ୟପାଳଙ୍କ ସହିତ ଆଲୋଚନା କରି ଫେରିଆସିଥିଲେ।

ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପତନ ଘଟିଛି। ସେଠାରେ ବିଜେପି ସରକାର ଗଢିବା ପାଇଁ ପୂର୍ଣ୍ଣ ବହୁମତ ହାସଲ କରିଛି। ମୋଟ ୯୦ ଟି ଆସନରୁ ବିଜେପିକୁ ୫୪ଟି ମିଳିଥିବା ବେଳେ କଂଗ୍ରେସ ହାସଲ କରିଛି ମାତ୍ର ୩୫ ଟି ଆସନ। ଅନ୍ୟାନ୍ୟରୁ ଜଣେ ବିଜୟ ଲାଭ କରିଛି। ତେବେ ବିଜେପିରୁ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବେ ନା ଆଉ କେହି ସେ ନେଇ ଚର୍ଚ୍ଚା ଚାଲିଛି।

Share This Article