ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ପ୍ରତିବାଦରେ କଂଗ୍ରେସର ତୁଳସୀ ଯାତ୍ରା

Odisha Hot News
1 Min Read

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଥିଲେ। ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ. ଚେଲ୍ଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଲା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ତୁଳସୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା।

ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ ରଥରେ ନିଆଯାଇ ଥିଲା। ଏହା ପରେ ପରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କ ଦ୍ୱାରା ଅଣାଯାଇଥିବା ବିଧିମୁତାବକ ସଜ୍ଜ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁ ବାନ୍ଧି ଏକ ସୁସଜ୍ଜିତ ଗାଡ଼ିରେ ଭଜନ ଓ ସଂକୀର୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା। ସାରା ପରିବେଶର ଏକ ଭିନ୍ନ ଭାବାବେଗ ସୃଷ୍ଟି ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାରାକୁ ଭକ୍ତମାନଙ୍କ ଉଦ୍ୟେଶରେ ଖୋଲା ରଖିବା, ରତ୍ନ ଭଣ୍ଡାର ଗଣତି ମଣୋତି ଓ ମରାମତି ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ହଜାର ହଜାର ଏକର ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରାଇବା ଦାବି ସହିତ ୬ ଗୋଟି ମୁଖ୍ୟ ଦାବିକୁ ନେଇ ରାଜ୍ୟ କଂଗ୍ରେସ ପୁରୀରେ ପଦଯାତ୍ରା ତଥା ମହାମହିମ ରାଜ୍ୟପାଳଙ୍କ ଉଦ୍ୟେଶରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ପରବର୍ତୀ ପର୍ଯ୍ୟାୟରେ ସଂକୀର୍ତନ ସତ୍ୟାଗ୍ରହ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ।

 

Share This Article