ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ। ସାରା ଦେଶରେ ଲକ୍ଡାଉନ୍ ଚାଲିଥିବାବେଳେ ଖଲିକୋଟରେ ପହଞ୍ଚି ଲକ୍ଡାଉନ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି DGP। ଖଲିକୋଟ ଥାନା ମଧ୍ୟ ପରିଦର୍ଶନ କରିଛନ୍ତି। ଖଲ୍ଲିକୋଟ ଟୋଲ୍ ଗେଟ୍ରେ ଓହ୍ଲାଇ ସମୀକ୍ଷା କରିବା ପରେ ଖଲ୍ଲିକୋଟ ଥାନା, ରମ୍ଭା ଥାନା, ଗଞ୍ଜାମ ଥାନା , ଅଷ୍ଟମ ବାଟାଲିୟନ୍ ଅଗସ୍ତି ନୂଆଗାଁ ରେ ସମୀକ୍ଷା କରିଛନ୍ତି। ଏହାପରେ ବ୍ରହ୍ମପୁର ଯାଇଥିଲେ। ଗସ୍ତ ଅବସରରେ ସେ ପୋଲିସ କର୍ମଚାରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଜିଡିଙ୍କ ସହ ପୋଲିସ DIG ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ଓ ବ୍ରହ୍ମପୁର ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଲକ ଡାଉନ ସ୍ଥିତି ସମୀକ୍ଷା କଲେ ଓଡିଶା ପୋଲିସ ଡିଜି ଅଭୟ

You Might Also Like
Leave a Comment
Leave a Comment
- Advertisement -