ଖୋର୍ଦ୍ଧାରେ ଅବକାରୀ ଚଢ଼ାଉ, ୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଜୁଶ୍ରୀ କଲ୍ୟାଣ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର ବ୍ରାଉନ ସୁଗାର ଡ଼ିଲ ହେଉଥିବାର ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାପରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଅନନ୍ତ କାଣ୍ଡି (୨୨) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ପୋଲିସ ୫୨ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୫ ଲକ୍ଷ ୨୦ହଜାର) ଜବତ ହୋଇଛି l ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Share This Article