ଡିଲେଶ୍ବର ରଣା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର

Odisha Hot News
1 Min Read

ନୂଆଦିଲ୍ଲୀ: ଓଡିଶାର ଯୁବ ସାହିତ୍ୟିକ ଡିଲେଶ୍ବର ରଣା ପାଇବେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ଏ ନେଇ ଗତକାଲି ଚୟନ କମିଟ ତରଫରୁ ତାଙ୍କ ନାମ ମନୋନିତ କରିବା ପରେ ଏକାଡେମୀ ତରଫରୁ ଘୋଷଣା କରାଯାଇଛି। ତାଙ୍କ ପୁସ୍ତକ ସେରାଁରା ଏହି ପୁରସ୍କାର ପାଇଁ ମନୋନିତ ହୋଇଛି। ପୁସ୍ତକଟି ପ୍ରକାଶନୀ ସଂସ୍ଥା ଟାଇମ୍‌ପାସ୍‌ ପକ୍ଷରୁ ୨୦୨୧ରେ ପ୍ରକାଶିତ ହୋଇଥିଲା।

ଏକାଡେମୀ ତରଫରୁ ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଲେଖକଙ୍କୁ ଉତ୍ସାହିତ କରିବାକୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ପୁରସ୍କାର ସ୍ବରୂପ ତାଙ୍କୁ ୫୦ ହଜାର ଟଙ୍କାର ଚେକ୍‌, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ। ଡିଲେଶ୍ବର ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଧଁରମାଳ ଗ୍ରାମର ବାସିନ୍ଦା।

Share This Article