ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଦେଖି ଫେରୁଥିବା ବେଳେ ଦୁର୍ଘଟଣା: ଶିକ୍ଷକଙ୍କ ମୃତ୍ୟୁ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିକ୍ଷକଜଣଙ୍କ ଟାଙ୍ଗୀ ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଙ୍ଗୀ ବ୍ରାହ୍ମଣ ସାହିର ସୂର୍ଯ୍ୟ ନାରାୟଣ ରଥ (୩୦) ଓ ବନ୍ଧୁ ଦୀପକ ରଂଜନ ଦାସ (୨୮) ବାଇକ ଯୋଗେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଦେଖିବା ପାଇଁ ଯାଇଥିଲେ। ହେଲେ ବୋଇତ ବନ୍ଦାଣ ମହୋତ୍ସବ ଦେଖି ସାରି ଉଭୟ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କୟଥ ପଲା ଛକ ନିକଟରେ ବାଇକ ଟି ଡିଭାଇଡ଼ର ସହ ଧକ୍କା ହୋଇଥିଲା। ଫଳରେ ଦୁଇ ବନ୍ଧୁ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ।  ସ୍ଥାନୀୟ ଲୋକେ ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଦୁହିଁଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

ତେବେ ବାଟରେ ସୂର୍ଯ୍ୟ ନାରାୟଣ ରଥଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବରଣ କରିଥିବା ସୂର୍ଯ୍ୟ ନାରାୟଣ ରଥ ଟାଙ୍ଗୀ ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।  ଶିକ୍ଷଙ୍କ ମୃତ୍ୟୁରେ ସ୍ଥାନୀୟ ଆଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Share This Article