Exclusive: ପାଣ୍ଡିଆନ ବିଜେଡିରେ ସାମିଲ ହେବା ଫଟୋ ପ୍ରକାଶ, ଛାତିରେ ଦଳର ଷ୍ଟିକର

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଭି କେ ପାଣ୍ଡିଆନ। ତେବେ ସେ ଯୋଗଦେବାର ଖବର ସଂଗ୍ରହ ପାଇଁ ନବୀନ ନିବାସ ଭିତରକୁ ଗଣମାଧ୍ୟମକୁ ଛଡାଯାଇ ନ ଥିଲା। ହେଲେ ସେ ମିଶିବା ପରେ ସେଠାକାର ଫଟୋ ବର୍ତ୍ତମାନ ପ୍ରକାଶ ପାଇଛି। ଏହି ଫଟୋରେ ପାଣ୍ଡିଆନ ବିଜେଡି ଷ୍ଟିକର ମାରିଥିବାର ଦେଖାଯାଇଛି।

ଏହି ଫଟୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚଉକିରେ ବସିଛନ୍ତି। ତାଙ୍କ ପଛରେ ଦଳର ସାଂସଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ବଳବନ୍ତରାୟ, ଦେବୀ ମିଶ୍ର, ସ୍ନେହାଙ୍ଗିନ ଛୁରିଆ, ସମୀର ରଂଜନ ଦାସ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଉଷା ଦେବୀ ଉପସ୍ଥିତ ଥିଲେ। ସମସ୍ତେ ଦଳୀୟ ଷ୍ଟିକର ମାରି ସେଠାରେ ଉପସ୍ଥିତ ଥିଲେ।

Share This Article