ନବୀନଙ୍କ ପାଦ ଛୁଇଁ ବିଜେଡିରେ ସାମିଲ ହେଲେ ପାଣ୍ଡିଆନ, ତାପରେ କଣ କହିଲେ ଜାଣନ୍ତୁ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧିବଧ ଭାବେ ଭି କେ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଛନ୍ତି। ସେ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏଥିରେ ପାଣ୍ଡିଆନ ନବୀନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ।

ଏହାପରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ଛାତିରେ ଦଳର ବ୍ୟାଚ ପିନ୍ଧାଇ ଦଳରେ ସାମିଲ କରାଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଦଳରେ ସାମିଲକୁ ଘୋଷଣା କରିଥିଲେ।

ଏହାପରେ ପାଣ୍ଡିଆନ କହିଥିଲେ ଯେ, ଜଗନ୍ନାଥଙ୍କ ଆର୍ଶିବାଦ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ଓଡିଶାବାସୀଙ୍କ ଭଲପାଇବାକୁ ନେଇ ଆଗାମୀ ଦିନରେ କାମ କରିବି। ଜୟ ଜଗନ୍ନାଥ ବୋଲି କହିଥିଲେ।

Share This Article