ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାହିଁକି

Odisha Hot News
1 Min Read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖିବା ଏହା ହେଉଛି ପ୍ରଥମ। ତେବେ ସେ ଚିଠି ଓଡିଶାର ଚାଷୀଙ୍କ ପାଇଁ ଲେଖିଛନ୍ତି। ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଯେଉଁ କ୍ଷୟକ୍ଷତି ହୋଇଛି ତାହାର କ୍ଷତିପୂରଣ ଦେବା ପାଇଁ ଏହି ଚିଠି ସେ ଲେଖିଛନ୍ତି। ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଜ୍ୟ ସରକାର ଦିଅନ୍ତୁ ବୋଲି ନବୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି।

ସେ ଲେଖିଛନ୍ତି ଯେ, ନିକଟରେ ନିଜେ କ୍ଷତିଗସ୍ତ ପାଞ୍ଚଟି ଜିଲ୍ଲା ଗସ୍ତରେ ଯାଇଥିଲେ। ସେଠାରେ ଚାଷୀମାନେ ଯେପରି କ୍ଷତିର ସମ୍ମୁଖୀନ ହୋଇଛନ୍ତି ତାହା ପୂର୍ବରୁ କେବେ ହୋଇ ନ ଥିଲା। ଏହି ଅଦିନିଆ ବର୍ଷାରେ ଫସଲ କ୍ଷତି ହୋଇଥିବା କାରଣରୁ ଚାଷୀମାନେ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି।

ଏହି କ୍ଷତି ଯୋଗୁଁ ଆତ୍ମହତ୍ୟା କରିଥିବା ଜଗତସିଂହପୁର ବାଲିକୂଦା ଚାଷୀ ପରିବାରକୁ ସେ ଭେଟିଥିଲେ। ବର୍ତ୍ତମାନ ଓଡିଶାର ଚାଷୀକୂଳ ବଡ ସମସ୍ୟାରେ ଅଛନ୍ତି। ସେଥିପାଇଁ ରାଜ୍ୟ ସରକାର ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରନ୍ତୁ ବୋଲି ନବୀନ ଦାବୀ କରିଛନ୍ତି।

ଏଥିସହିତ ଏହି ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ଚାଷୀମାନଙ୍କୁ ଏପରି ଅଦିନିଆ ବର୍ଷା ସଂପର୍କରେ ସରକାର ଆଗୁଆ ସୂଚନା ଦେଇ ନ ଥିଲେ। ଫଳରେ ସେମାନେ ଆଗୁଆ ପଦକ୍ଷେପ ଗ୍ରହଣ କରିପାରି ନ ଥିଲେ। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ନବୀନ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Share This Article