କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେବେ ଭି କେ ପାଣ୍ଡିଆନ !!!

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବିଧବଧ ଭାବେ ବିଜେଡିରେ ଯୋଗ ଦେବେ ଭି କେ ପାଣ୍ଡିଆନ। ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିଲେ ମଧ୍ୟ ଶଙ୍ଖ ଭବନ ଆୟୋଜନରୁ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ଏ ନେଇ ବେଶ ଚର୍ଚ୍ଚା ଜାରୀ ରହିଥିଲା। ସେ ଖୁବ ଶିଘ୍ର ବିଜେଡିରେ ଯୋଗଦେଇ ପ୍ରତ୍ୟେକ୍ଷ ରାଜନୀତି କରିବେ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଭି କେ ପାଣ୍ଡିଆନ୍ ଗତ ମହାନବମୀରେ ଆଇଏଏସ ଚାକିରୀ ଛାଡିଥିଲେ। ଏହା ପରେ ଦଶମୀ ବା ଦଶହରାରେ ସେ 5ଟି ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ସେହିପରି ସେ କାର୍ତ୍ତିକ ପୂର୍ଣ୍ଣିମାରେ ଦଳରେ ସାମିଲେ ହେଲେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Share This Article