ଚେନ୍ନାଇ ସୁପର କିଙ୍ଗ୍ସରୁ ୮ ଖେଳାଳି ବିଦା, ଏକାମାତ୍ର ଓଡିଆ ଖେଳାଳିଙ୍କୁ ମଧ୍ୟ ମୁକ୍ତ କଲା ସିଏସକେ

Odisha Hot News
1 Min Read

ନୂଆଦିଲ୍ଲୀ: ଚେନ୍ନାଇ ଦ୍ଵାରା ଆଇପିଏଲ ୨୦୨୪ ପାଇଁ ମୁକ୍ତ ଏବଂ ସଂରକ୍ଷିତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଦଳର ରଖାଯାଇଥିବା ତାଲିକାରେ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ ଖୁସି ଖବର ମହେନ୍ଦ୍ର ସିଂ ଧୋନିଙ୍କ ରୂପରେ ହେବ। ଧୋନିଙ୍କୁ ଚେନ୍ନାଇ ସଂରକ୍ଷିତ ରଖଛି, ଯାହାର ସ୍ପଷ୍ଟ ଅର୍ଥ ହେଉଛି ଯେ ସେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ସିଜନରେ ଦଳର ଦାୟିତ୍ୱ ଗ୍ରହଣ କରିବେ। କିନ୍ତୁ ସେପଟେ ଓଡିଶାର ଏକମାତ୍ର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ମୁକ୍ତ କରିଛି। ଯାହାକୁ ନେଇ ଓଡିଶାର କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଛି। ଏହା ବ୍ୟତୀତ ଚେନ୍ନାଇ କିଛି କଠୋର ନିଷ୍ପତ୍ତି ନେଇଛି ଏବଂ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମୁକ୍ତ କରିଛି।

ସଂରକ୍ଷିତ ଥିବା ଖେଳାଳିଙ୍କ ତାଲିକା:

ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ଡିଭନ୍ କନୱେ, ରୁତୁରାଜ ଗାଇକ୍ଵାଡ, ମୋଇନ ଅଲି, ଶିବମ ଦୁବେ, ରାଜବର୍ଦ୍ଦନ ହଙ୍ଗରଗେକର, ମିଚେଲ ସାଣ୍ଟନର୍, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମଥିଶା ପଥିରାନା, ସିମରଜିତ୍ ସିଂ, ପ୍ରଶାନ୍ତ ସୋଲଙ୍କି, ମହିଷ୍ ତୀକ୍ଷଣା, ଅଜିଙ୍କ୍ୟ ରାହାଣେ, ସେଖ ରଶିଦ, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ।

ମୁକ୍ତ ଖେଳାଳିଙ୍କ ତାଲିକା:

ବେନ୍ ଷ୍ଟୋକ୍ସ, ଡ୍ୱେନ୍ ପ୍ରିଟୋରିୟସ୍, କାଇଲ୍ ଜେମିସନ୍, ଆକାଶ ସିଂ, ଅମ୍ବାତି ରାୟୁଡୁ (ଅବସର), ସୀସାନ୍ଦା ମଗାଲା, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି।

Share This Article