ଧର୍ମପଦ ର ସତ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର

Odisha Hot News
2 Min Read

ଭୁବନେଶ୍ଵର: ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’, ଏ ଉକ୍ତି ଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ। ଇତିହାସରେ ପ୍ରଥମ ସହୀଦର ମାନ୍ୟତା ପାଇଥିବା ଧର୍ମପଦ – କେବଳ ଜଣେ ୧୨ ବର୍ଷର ପିଲାର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଠିଆ ହୋଇଛି ଓଡ଼ିଶାରେ। ହେଲେ ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳୀ ଦେଇ ଇତିହାସରେ ଅମର ହେଇ ରହିଲେ ଧର୍ମପଦ। ସେହି ଇତିହାସକୁ ଆଜି ରୂପେଲି ପରଦାରେ ପୁଣି ଜୀବନ୍ୟାସ ଦେବାକୁ ଯାଉଛି ଜାସୋଦୀପ ପ୍ରଡକସନ୍ସ ଏକ ନିଆରା ଫିଲ୍ମ “ଧର୍ମପଦ”, ଯାହାର ଟାଇଟଲ ରାଜଧାନୀର ଏକ ଘରୋଇ ହୋଟେଲ ରେ ଘୋଷଣା ହୋଇଛି।

ତେବେ ଇତିହାସ ନୁହେଁ କିଛି ନିଛକ ସତ ଯାହା ଚୀନ ପରିବ୍ରାଜକଙ୍କ ହାତ ଲେଖାରୁ ଉଦ୍ଧୃତ, ସେହି କାହାଣୀ ଯାହା ଆଗରୁ କେହି କେବେ କହିନାହିଁ ବା କେହି ଶୁଣି ନାହିଁ, ସେହି ପରି କାହାଣୀକୁ ନେଇ ନିର୍ମିତ ହେଉଛି ‘ଧର୍ମପଦ’ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀପକ ନାୟକ।

ଫିଲ୍ମର ନିର୍ଦ୍ଦେଶନା ରେ ଅଛନ୍ତି ଦକ୍ଷ ନିର୍ଦ୍ଦେଶକ ଅଜୟ ପାଢୀ। ଫିଲ୍ମ ର ଟାଇଟିଲ ଘୋଷଣା ହୋଇଯାଇଥିବା ସହିତ ମୁଖ୍ୟ କଳାକାର ଚୟନ ମଧ୍ୟ ଚାଲିଛି।

ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ଓ ଏହି ଫିଲ୍ମରେ ଦର୍ଶକ ଏକ ରୋମାଞ୍ଚ ଭରା କାହାଣୀ ଦେଖିବାକୁ ପାଇବେ ବୋଲି ମିଡିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ସତ ଘଟଣା ଉପରେ ଆଧାରିତ ଏହି ଧର୍ମପଦ ଫିଲ୍ମ ର ଟାଇଟିଲ ଘୋଷଣା ଉତ୍ସବରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ। ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭୁବନ ମୋହନ ଦାସ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆର. ଏନ୍. ଦାଶ, ମୁରର୍କା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ସୁନୀଲ ମୁରାକା, ସୁଭାଦ୍ରା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ସିଦ୍ଧାର୍ଥ ପାତ୍ର, କ୍ରୋମ ସାଗର ପ୍ରା.ଲି. ର ଏମଡି ରାଜେନ୍ଦ୍ର କୁମାର ଥାଟୋଇ, ଏମଡି କଳିଙ୍ଗ ହସ୍ପିଟାଲ୍ ନୀଲଞ୍ଜନ ମୁଖାର୍ଜୀ, ଫିଲ୍ମର ନିର୍ଦ୍ଦେଶକ ଅଜୟ ପାଢ଼ୀ ପ୍ରଯୋଜକ ଦୀପକ ନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Share This Article