ପୁରୀ : କରୋନାକୁ ନେଇ ପୁରୀ ଜିଲାବାସୀଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଥିଲା ସେଥିରେ କିଛି ମାତ୍ରାରେ ଆସ୍ବସ୍ଥ ହୋଇଛନ୍ତି ଜିଲାବାସୀ। ଜିଲାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ଖୁବ୍ଶୀଘ୍ର ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଘରକୁ ଫେରିବେ ବୋଲି ଜଣାପଡ଼ିବା ପରେ ଜିଲାବାସୀ ଖୁସିବ୍ୟକ୍ତ କରିଛନ୍ତି। ପିପିଲି ବ୍ଲକ ଦାନଗହିରୀ ଗାଁର ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ନିଜାମୁଦ୍ଦିନରୁ ଫେରିବା ପରେ ତାଙ୍କ ସମ୍ପୁଲ ପରୀକ୍ଷା ପାଇଁ ଯାଇଥିଲା। ସେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ଦାନଗହିରୀ ଓ ଏହାର ଆଖପାଖ ଅଞ୍ଚଳକୁ ଜିଲାପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ଆସନ୍ତ ୧୪ ତାରିଖ ମଧ୍ୟରାତ୍ର ପଧ୍ୟନ୍ତ ସଟ୍ଡାଉନ୍ କରଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି।
ସୁସ୍ଥ ହେଲେ ପୁରୀର ଏକମାତ୍ର କରୋନା ଆକ୍ରାନ୍ତ

You Might Also Like
Leave a Comment
Leave a Comment
- Advertisement -