ନୟାଗଡରୁ ଜବତ ହେଲା ଦୁଇଟି ବାଘ ଛାଲ, ଜଣେ ଅଟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ଏସଟିଏଫ ବା ସ୍ବତନ୍ତ୍ର ଟାସ୍କ ଫୋର୍ସ ନୟାଗଡରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଛାଲ ଚୋରା ବଜାରରେ ବିକ୍ରି ପାଇଁ ଯାଉଥିବା ବେଳେ ଏସଟିଏଫ ଧରିବାରେ ସକ୍ଷମ ହୋଇଛି। ଏହି ଛାଲ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଅଟକ ରଖିଛି। ସେ ହେଲେ ନୟାଗଡ ବାଣିଗୋଚ୍ଛା ଥାନା ଅଧିନରେ ଥିବା ବାଲିବେରନା ଗ୍ରାମର ଖଗେଶ୍ବର ମଲ୍ଲିକ।

ଏକ ବିଶେଷ ଖବର ପାଇ ଏସଟିଏଫ ର ଏକ ଟିମ ଦଶପଲ୍ଲାର କୌନରିଆ ଡ୍ୟାମ ନିକଟରେ ଛକି ରହିଥିଲେ। ଖବର ଅନୁସାରେ ଖଗେଶ୍ବର ବାଘ ଛାଲ ଧରି ଆସୁଥିବା ବେଳେ ଏସଟିଏଫ ଅଟକାଇ ତଦାରଖ କରିଥିଲେ। ପାଖରେ ଦୁଇଟି ବାଘଛାଲ ରଖିଥିବାର ଦେଖିବାକୁ ପାଇଥିଲେ।

Share This Article