ଆସନ୍ତାକାଲି ବିଶ୍ବକପ୍ ଫାଇନାଲ, ବାଲୁକାକଳାରେ ବିରାଟ ଟ୍ରଫି କରି ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ସୁଦର୍ଶନ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତିକ୍ଷିତ ବିଶ୍ବକପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ସେଥିପାଇଁ ସାରା ଭାରତ ବର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି। ଟିମ ଇଣ୍ଡିଆ କିପରି ଏଥର ବିଶ୍ବ କପ ଆଣିବ ସେ ନେଇ ସମସ୍ତେ ପ୍ରାର୍ଥନା କରିବାରେ ଲାଗିଛନ୍ତି।

ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଟିମ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ନିର୍ମାଣ କରିଛନ୍ତି ବାଲୁକା କଳା। ସେ ବିଶ୍ବକପର ଏକ ପ୍ରତିକୃତି ବାଲି ଏବଂ ଷ୍ଟିଲ ଗିନାରେ ନିର୍ମାଣ କରିଛନ୍ତି।

ପ୍ରାୟ 56 ଫୁଟ ଉଚ୍ଚତା ବିଶିଷ୍ଠ ଏହି ବାଲୁକା କଳାରେ ସେ 300 ଟି ଷ୍ଟିଲ ଗିନା ବ୍ୟବହାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ପାଲଟିଛି। ଏହି କଳାରେ ସେ ଗୁଡ ଲକ ଟିମ ଇଣ୍ଡିଆ ବୋଲି ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ କାର୍ତ୍ତିକ ମାସରେ ପୁରୀ ବେଳାଭୂମି ଗହଳଚହଳ ଲାଗିଥିବା ବେଳେ ଏହି ବାଲୁକା କଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Share This Article