ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

Odisha Hot News
1 Min Read

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧକ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଲକଡାଉନ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇପାରେ | ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିପାରନ୍ତି। ଏହି ପର୍ଯ୍ୟାୟରେ ଲୋକମାନେ ଅଧିକ ସୁବିଧା ପାଇବେ | କଟକଣାକୁ କୋହଳ କରାଯିବା ବାବଦରେ ମୋଦୀ ଘୋଷଣା କରିପାରନ୍ତି |

ଏଥିସହ ପିଏମ ମୋଦୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଏବଂ ଲକଡାଉନ୍ ଯୋଜନା ଉପରେ ମଧ୍ୟ ଆଲୋଚନା କରିପାରନ୍ତି । ଦେଶରେ କରୋନା, ଲକ୍‌ଡାଉନ ଆଦିକୁ ନେଇ ସୋମବାର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିବା ବେଳେ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରଖାଯାଇଛି। ଲକ୍ ଡାଉନ୍ ହଟାଇବା ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ମତ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନାକୁ ବ୍ୟାପିବାରୁ ‌ରୋକିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବା ଦରକାର। ଦେଶର ବିଭିନ୍ନ ସ୍ଥାନରେ ଅର୍ଥନ‌ୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଏହା ଆହୁରି ତ୍ବରାନ୍ବିତ ହେବ। କିନ୍ତୁ ଭାରତକୁ କରୋନା ମୁକ୍ତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Share This Article