ରାସ୍ତା ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ଓ ଆଉ ଜଣେ ଗୁରୁତର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବାଳକୃଷ୍ଣପୁର ଓ ଧୋବାଡି ପାଟପୁର ମଧ୍ୟରେ ଏକ ମୋଟରସାଇକେଲ (ଓଡି୩୨ ଏଫ୍ ୮୩୯୪) ସହ ଏକ କୋର୍ଟ ଭ୍ୟାନ୍ ମୁହାଁମୁହିଁ ଧକ୍କା ଫଳରେ ଆସ୍କା ଅଞ୍ଚଳର କାହ୍ନୁଚରଣ ଦାସ ନାମରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଦୀପକ କୁମାର ପ୍ରଧାନ ନାମକ ଜଣେ ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଉଭୟେ ଛାତ୍ର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମ ରେ ଅବସ୍ଥିତ ଜି ଆଇ ଟି ବୈଷୟିକ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଅଟନ୍ତି। ସେମାନେ ମୋଟରସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ଗ୍ରାମରେ ପୋଲିସ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାହ୍ନୁ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୀପକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁଁ ଦୀପକକୁ ଡ଼ାକ୍ତରଖାନାକୁ ପଠାଇଥିବା ବେଳେ କାହ୍ନୁର ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଭ୍ୟାନ ଘଟଣାସ୍ଥଳରୁ ଚାଲିଯାଇଥିବା ଜଣାପଡିଛି ଓ ଅନ୍ୟ ପକ୍ଷରେ ଦୁର୍ଘଟଣା ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Share This Article