ଆସନ୍ତାକାଲି ଓଡିଶା ପ୍ରଚାରରେ ଆସୁଛନ୍ତି ରାହୁଳ ଗାନ୍ଧୀ, ଗୁରୁବାରରେ ଖଡଗେ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପ୍ରଚାରରେ ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ପ୍ରଥମ ପର୍ଯ୍ୟାୟରେ ନବରଂଗପୁର ଆସିବାର ଥିଲା। ହେଲେ ନାମାଙ୍କନ ଦାଖଲ ପାଇଁ ସେ ଆସିପାରି ନ ଥିଲେ। ବର୍ତ୍ତମାନ ବୁଧବାର ଦିନ ସେ ଆସିବେ ବୋଲି ପ୍ରଦେଶ କଂଗ୍ରେସ ତରଫରୁ କୁହାଯାଇଛି। ସେ ବଲାଙ୍ଗିର ରୋଡ ସୋ କରିବା ସହିତ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ସେ ପ୍ରଚାର କରିବେ।

ସୂଚନା ଅନୁସାରେ ରାହୁଳ ମଙ୍ଗଳବାର ଦିନ 11 ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

Share This Article