ମଟର ସାଇକେଲକୁ ପଛପଟୁ ଧକ୍କା ଦେଲା ବୋଲେରୋ, ଘଟଣା ସ୍ଥଳରେ ଦୁଇ ମୃତ

Odisha Hot News
2 Min Read

କୁଜଙ୍ଗ: କଟକ ପାରାଦ୍ଵୀପ ରାଜ୍ୟ ରାଜପଥ କୁଜଙ୍ଗ ଥାନା ଅଧୀନ ୧୫ ନମ୍ବର୍ ଠାରେ ରାତି ୧୦ ଘଟିକା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମଟର ସାଇକେଲ ଆରୋହି ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡି ଚାଳକ କିଶନ ନଗର ମଙ୍ଗଦେଇପୁର ଗ୍ରାମର କ୍ରୀତି ରଞ୍ଜନ ବେହେରା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ କେନ୍ଦୁଝର ଜିଲ୍ଲା କଣେଟା ଅଞ୍ଚଳର ବିଶ୍ଵଜିତ୍ ନାୟକ ଓ ଅନ୍ୟ ଜଣେ ହେଲା ସେହି ଗ୍ରାମର କୈବଲ୍ୟ ବୋଲି ପରିଚୟ ପତ୍ରରୁ ଜଣାପଡିଛି।

ସୂଚନା ମୁତାବକ କୁଜଙ୍ଗ ରୁ ପାରାଦ୍ଵୀପ ଅଭିମୁଖେ ଆଗ ପଛ ହୋଇ ଏକ ବୋଲେରୋ ନମ୍ବର୍ (ଓଡି ୦୨ ବିୟୁ ୬୮୮୪)ଏବଂ ମଟର ସାଇକେଲ(ଓଡି ୦୯ ଏମ ୪୨୮୨) ରେ ବିଶ୍ୱଜିତ୍ ଓ କୈବଲ୍ୟ ଯାଉଥିବା ବେଳେ ୧୫ ନମ୍ବର୍ ଠାରେ ମଟର ସାଇକେଲକୁ ବୋଲେରୋ ଗାଡି ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ମଟର ସାଇକେଲରେ ଥିବା ୨ ଜଣ ଆରୋହି ତଳେ ପଡି ଯିବାରୁ ମୁଣ୍ଡରେ ଶକ୍ତ ଧକ୍କା ଲାଗିଥିଲା।ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ି ଚାଳକ କ୍ରିତୀ ରଞ୍ଜନ ଗୁରୁତର ଆହତ ହୋଇ ଥିବାରୁ ସ୍ଥାନୀୟ ପୋଲିସ ଓ ଅଗ୍ନିସମ ବାହିନୀ ଉଦ୍ଧାର କରି କୁଜଙ୍ଗ ମେଡ଼ିକାଲ ରେ ଭର୍ତି କରିଛନ୍ତି।

ମଟର ସାଇକେଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବୋଲେରୋ ଗାଡ଼ି ଆଂଶିକ ନଷ୍ଟ ହୋଇ ଥିବା ଜଣାପଡିଛି। ସୂଚନା ପାଇ କୁଜଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ, ମୃତକ ମାନେ ପାରାଦ୍ଵୀପ ଠାରେ ଏକ ଶିଳ୍ପ ସଂସ୍ଥାରେ କାର୍ଯ୍ୟ ସମ୍ପାଦନା କରି ଆସୁଥିଲେ।ଆଜି କାର୍ଯ୍ୟରେ ଯୋଗ ଦେବାକୁ ଯିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Share This Article