ଡଇଁଚାରେ ଖୋଲିଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରବେଶ ଉତ୍ସବରେ ନୂତନ ଛାତ୍ରଛାତ୍ରଙ୍କ ଯୋଗଦାନ

Odisha Hot News
1 Min Read

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବରେ ସରକାରୀ କଲେଜ ଖୋଲିବା ସହ ପ୍ରବେଶ ଉତ୍ସବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରୋଦ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରବେଶ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡଇଁଚା ଭଳି ଏକ ଗ୍ରାମରେ ସରକାର ପ୍ରଥମ ଥର ପାଇଁ କଲେଜ ଖୋଲିବା ଏ ଅଂଚଳ ପାଇଁ ଖୁସିର ଖବର। ଗରୀବ ଶ୍ରେଣୀର ଛାତ୍ରଛାତ୍ରୀ ଏହି ସରକାରୀ କଲେଜରେ ପାଠ ପଢିବାର ସୁଯୋଗ ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଘୋଷରାମାଳ ସମିତି ସଭ୍ୟ ତଥା ନାକଟିଦେଉଳ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁ , ଶିମିଳିପାଳ ସମିତି ସଭ୍ୟ ଜିତେନ୍ଦ୍ର କୁମାର ପ୍ରଧାନ ,ଡଇଁଚା ସରପଂଚ ସୌଦାମିନୀ ପ୍ରଧାନ , ଡଇଁଚା ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ ,ଶିମିଳିପାଳ ସରପଂଚ ଶଶ୍ମିତା ପ୍ରଧାନ , ଘୋଷରାମାଳ ସରପଂଚ ପ୍ରେମଶିଳା ସ୍ୱାଇଁ , ଗୋଗୁଆ ସରପଂଚ ଧନେଶ୍ୱର ସାହୁ , ଗୋଗୁଆ ସମିତିସଭ୍ୟ ଅମୂଲ୍ୟ ପ୍ରଧାନ, ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ସହ ବେଦମନ୍ତ୍ର ପାଠ କରାଯାଇଥିଲା।

ନୂତନ ଭାବରେ ଯୋଗଦେଇଥିବା ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ହଳଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article