ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

Odisha Hot News
1 Min Read

ପୁରୀ: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାର ୧୨୭ ଜଣ ଯାତ୍ରୀ ସିରିଡି ଓ ନାସିକ ଗସ୍ତରେ ଯିବେ। ସେମାନଙ୍କୁ ସହଯୋଗ ପାଇଁ ୪ ଜଣ ସହାୟକ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯିବେ। ଏ ନେଇ ପୁରୀ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ତୀର୍ଥଯାତ୍ରାରେ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିବା ବେଳେ ସେଥିରେ ୪୭୫ ଜଣ ଏକକ ଓ ଦମ୍ପତି ଆବେଦନ କରିଥିଲେ। ତେବେ ଆବେଦନ କାରୀ ଙ୍କ ଇ-ରାଣ୍ଡେମାଇଜେସନ ବା କମ୍ପ୍ୟୁଟର ଲଟେରୀ ପ୍ରକ୍ରିୟା ଅନୁସାରେ ଚିହ୍ନଟ କରାଯାଇ ପ୍ରଥମ ପର୍ଯ୍ୟାୟରେ ସିରିଡି ଓ ନାସିକ କୁ ଜାନୁଆରୀ ୧୭ ରୁ ଜାନୁଆରୀ ୨୨ ତାରିଖ ପଠାଯିବ।

ରାଣ୍ଡେମାଇଜେସନରେ ଯୋଗ୍ୟ ତୀର୍ଥଯାତ୍ରୀ ଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ। ଜାନୁଆରୀ ୧୬ ତାରିଖରେ ତୀର୍ଥଯାତ୍ରୀ ମାନେ ପର୍ଯ୍ୟଟନ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ସ୍ବତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ପଠାଯିବ।ଭୁବନେଶ୍ୱର ରୁ ସେମାନେ ୧୭ ତାରିଖ ରୁ ଯାତ୍ରା ଆରମ୍ଭ କରିବେ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରାଣ୍ଡେମାଇଜେସନ କରାଯାଇ ୧୨୭ ଜଣ ଙ୍କୁ ଅଯୋଧ୍ୟା ଓ ବନାରସ ପଠାଯିବ।ପ୍ରଥମ ପର୍ଯ୍ୟାୟରେ ଯାଇଥିବା ବ୍ୟକ୍ତି ଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ ନାହିଁ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଅଛି।

Share This Article