Breaking News: ଆଦିବାସୀ ଜମି ସାଧାରଣ ବର୍ଗଙ୍କୁ ହସ୍ତାନ୍ତର ପ୍ରସ୍ତାବ ହେଲା ସ୍ଥଗିତ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ଆଦିବାସୀ ଜମିକୁ ସାଧାରଣ ଲୋକଙ୍କୁ ବିକ୍ରି କରିପାରିବା ପ୍ରସ୍ତାବକୁ ସ୍ଥଗିତ ରଖିଛନ୍ତି। ଏ ନେଇ ଆଜି ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଆଦିବାସୀଙ୍କ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିପାରିବା ନିୟମକୁ କ୍ୟାବିନେଟ ମଂଜୁରୀ କରିଛନ୍ତି। ହେଲେ ତାହା ସ୍ଥଗିତ ରହିଲା ବୋଲି ମନ୍ତ୍ରୀ କହିଛନ୍ତି।

ଗତ 14 ତାରିଖ କ୍ୟାବିନେଟ ବୈଠକରେ ଆଦିବାସୀ ଜମି ନିୟନ୍ତ୍ରଣ ବିଲ 1956 ଧାରା 2 କୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ମଂଜୁରୀ ପାଇଥିଲା। ଏହା ସଂଶୋଧନ ହେଲେ ଆଦିବାସୀମାନେ ସେମାନଙ୍କର ଜମି ସାଧାରଣ ବର୍ଗର ଲୋକଙ୍କୁ ବିକ୍ରି କରିପାରିବେ। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଗଲା। ଫଳରେ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିଛନ୍ତି।

 

Share This Article