‘ମୁଁ ନିଆଁ’ ରୁ ଆରମ୍ଭ ହେବ ଆଓ ନେକ୍ସ୍ଟ ର ଭର୍ଟିକାଲ୍ ମ୍ୟୁଜିକ୍: ଯାହାର ନାମ ରହିଛି ଆଓ ମ୍ୟୁଜିକ୍

Odisha Hot News
1 Min Read

ଭୁବନେଶ୍ଵର: ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟର ଫିଲ୍ମ ଓ ୱେବ ସିରୀଜର ସଫଳତା ପରେ ଆଓ ନେକ୍ସ୍ଟ ଟିମ୍ ଆରମ୍ଭ କରିଛି ଆଓ ମ୍ୟୁଜିକ୍ ନାମକ ଏକ ଭର୍ଟିକାଲ୍ ମ୍ୟୁଜିକ୍ ଯାହାର ଶୁଭାରମ୍ଭ ‘ମୁଁ ନିଆଁ’ ଶିର୍ଷକ ଏକ ଗୀତର ସହିତ ହେବ।

ଏହି ଗୀତ ମାଧ୍ୟମରେ ଆଓ ମ୍ୟୁଜିକ୍ ଲଞ୍ଚ କରିଛି ଅରୁନ୍ଧତୀ ଗଡନାଏକଙ୍କୁ, ଯିଏ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିୱାନେ ପରି ଜାତୀୟ ସ୍ତରର ଲୋକପ୍ରିୟ ପ୍ରତିଯୋଗିତାରେ ଭାଗ ନେଇ ନିଜର ଖ୍ୟାତି ଅର୍ଜନ କରିଛନ୍ତି। ଏହି ଗୀତଟିକୁ ରାଜା ଦି ନିର୍ଦ୍ଦେଶନା ଦେଇଛନ୍ତି ଯାହା ଆସନ୍ତି ଦୀପାବଳୀରେ ମୁକ୍ତିଲାଭ କରିବ କେବଳ ଆଓ ମ୍ୟୁଜିକ୍ ରେ ଯେଉଁଥିରେ ଆପଣ ମାନେ ଦେଖିବେ ପ୍ରଥମ ଥର ପାଇଁ ଓଡ଼ିଶାର କଳାହାଣ୍ଡି କଟାପ୍ପା ନୃତ୍ୟଶିଳ୍ପୀ, ସୁଶୀଲ ଓ ଅରୁନ୍ଧତୀଙ୍କୁ।

ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ ଓ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ପେପି ସଙ୍ଗୀତ ‘ମୁଁ ନିଆଁ’ର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଓ ସ୍ବର ଦେଇଛନ୍ତି ଅନ୍ତରା ଚକ୍ରବର୍ତୀ। ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଲୋକକଳା ଓ ପ୍ରତିଭାଙ୍କୁ ଆଗକୁ ଆଣିବାକୁ ଚେଷ୍ଟା କରିଛି ଆଓ ମ୍ୟୁଜିକ୍ ହେଉଛି ଏହାର ଆଊ ଏକ ଉଦାହରଣ।  ଆଓ ନେକ୍ସ୍ଟ ର ଏହି ପ୍ଲାଟଫର୍ମକୁ ଓଡ଼ିଶାରେ ନିଶ୍ଚିତ ଭଲ ପାଇବା ମିଳିବ ବୋଲି ଆଓ ନେକ୍ସ୍ଟ ଟିମ୍ ଆଶା ପ୍ରକାଶ କରିଛି।

Share This Article