କୋରାପୁଟ : ‘କରୋନା’ ମୁକାବିଲା କ୍ଷେତ୍ରରେ କୋରାପୁଟ ଜିଲ୍ଲାପାଳ ନେଇଛନ୍ତି କଡ଼ା ଆଭିମୁଖ୍ୟ। ମାସ୍କ ନପିନ୍ଧିଲେ ଗ୍ରୋସରୀ ମିଳିବ ନାହିଁ କି ପରିବା ମିଳିବ ନାହିଁ। ଫଳ ମିଳିବ ନାହିଁ କି ମେଡିସିନ ମିଳିବ ନାହିଁ। ଯିଏ ବିନା ମାସ୍କରେ ଆସୁଛି ତାଙ୍କୁ କୌଣସି ସାମଗ୍ରୀ ନ ଦେବାକୁ ଜିଲ୍ଲାର ସମସ୍ତ ଦୋକାନୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଏହାକୁ ଏକ ବୋର୍ଡରେ ଲେଖି ଦୋକାନ ଆଗରେ ଟାଙ୍ଗିବାକୁ ଜିଲ୍ଲାପାଳ କହିଛନ୍ତି। ମାସ୍କ ପିନ୍ଧି ଆସନ୍ତୁ ନ ହେଲେ କୌଣସି ସାମଗ୍ରୀ ମିଳିବ ନାହିଁ ବୋଲି କହିବାକୁ ଦୋକାନୀମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। .ଅନ୍ୟପକ୍ଷରେ କୋରାପୁଟର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରଗତି ଓ ଆନ୍ତର୍ଜାତିକ ସଂସ୍ଥା ଏଡେଲଗିଭ ଫାଉଣ୍ଡେସନର ମିଳିତ ସହଯୋଗରେ ଜିଲ୍ଲାର ୫ଟି ବ୍ଲକର ବିଭିନ୍ନ ଗାଁରେ ଲୋକଙ୍କୁ ମାଗଣାରେ ସାବୁନ ଏବଂ ମାସ୍କ ବଣ୍ଟନ କରାଯାଇଛି। ଏହି ଅବସରରେ ଦୟାନିଧିଗୁଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ କୋଭିଡ୍-୧୯ ନୋଡାଲ୍ ଅଧିକାରୀ ତଥା ଡ଼ିଏସ୍ଡବ୍ଲ୍ୟୁଓ ହରେକୃଷ୍ଣ ପ୍ରଧାନ ଓ ଅତିରିକ୍ତ ଏସ୍ପି ଉତ୍କଳ ରଞ୍ଜନ ଦାସ ଯୋଗଦେଇ ଲୋକମାନଙ୍କୁ ମାସ୍କ ବ୍ୟବହାର କରିବା ଏବଂ ସାବୁନରେ ହାତ ଧୋଇବାର ସମ୍ପର୍କରେ ବୁଝାଇଛନ୍ତି।
ମାସ୍କ ନପିନ୍ଧିଲେ ଗ୍ରୋସରୀ, ପରିବା, ଫଳ ଓ ମେଡିସିନ୍ ମିଳିବନି
- Advertisement -
Stay Connected
Comment
- Tristannilia on ୪୦ ଡିଗ୍ରି ଉପରେ ୯ ସହର
- CalebGiche on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- zakazat kyhnu_vdSt on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- 1xbet app_rfoa on ଆଜିର ରାଶିଫଳ
- zakazat kyhnu_wpSt on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !

Все самое свежее здесь: https://alexstroy.su
организатор свадеб москва организация недорогой свадьбы