ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଛକରେ ରାସ୍ତା ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ଧରାକୋଟ ଥାନ ଅନ୍ତର୍ଗତ ଗଡଦାମୋଦର ପଲିର କାହ୍ନୁ ଚରଣ ଯେନା ବୋଲି ଜଣାପଡିଛି। ସେ କୌଣସି କାମରେ ବ୍ରହ୍ମପୁର ଆସି ନିଜ ଗାଁ କୁ ଫେରୁଥିବା ବେଳେ ଉକ୍ତ ଛକରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ବିୟୋଗ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ପୋଲିସ ଏକ ମକଦ୍ଦମା ରୁଜୁ କରି ନିକଟରେ ଥିବା ସିସିଟିଭି ଫୁଟେଜ କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article