କଳାହାଣ୍ଡି କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଗ୍ରାହକ ହଇରାଣ

Odisha Hot News
1 Min Read

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଭବାନୀପାଟଣା କେନ୍ଦ୍ର ସମବାୟ ବେଙ୍କ କର୍ମଚାରୀ ସଂଘ ର ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ବେଙ୍କ ଶାଖା ରେ କର୍ମଚାରୀ ମାନେ ଧର୍ମଘଟ ରେ ସାମିଲ ହୋଇଛନ୍ତି। ଫଳତଃ ଜିଲ୍ଲାର ସମସ୍ତ ସମବାୟ ବେଙ୍କ ଶାଖା ଗୁଡିକରେ ବେଙ୍କ ସେବା ବନ୍ଦ ରହିବା ହେତୁ ଗ୍ରାହକ ମାନେ ହଇରାଣ ହରକତ ହେଉଥିବା ଦେଖା ଯାଉଛି। ସପ୍ତମ ବେତନ କମିଶନ ବକେୟା ପ୍ରଦାନ, ପେନସନ କର୍ପସ ଫଣ୍ଡ କାର୍ଯ୍ୟକାରୀ କରିବା, କେନ୍ଦ୍ର ସମବାୟ ବେଙ୍କ ର ପୁନର୍ବିନ୍ୟାସ କରିବା ସମେତ ତିନି ଦଫା ଦାବି ନେଇ ବେଙ୍କ କର୍ମଚାରୀ ସଂଘ ଧର୍ମଘଟ ଆହ୍ବାନ କରିଥିବା ଜଣାପଡିଛି।

ଭବାନୀପାଟଣା ଶାଖା ରେ ଜିଲ୍ଲା ସଭାପତି ଙ୍କ ନେତୃତ୍ବ ରେ ଧାରଣା ଦେଇଥିବା ବେଳେ ଜୁନାଗଡ ଶାଖାରେ ପରିକାଳକ ବୁଦ୍ଧିମାନ ପାତ୍ର ଙ୍କ ନେତୃତ୍ଵ ରେ ଧାରଣା ଦିଆ ଯାଇଥିବା ଦେଖା ଯାଇଥିଲା। ଗ୍ରାହକ ମାନେ ବେଙ୍କ ସେବା ପାଇ ନ ପାରି ହଇରାଣ ହେଉଥିବା ଦେଖା ଯାଇଥିଲା। ଜିଲ୍ଲାର ସମସ୍ତ ବେଙ୍କ ଶାଖା ଧର୍ମଘଟରେ ସାମିଲ ହୋଇଥିବା ଜଣା ପଡିଛି। ଅକ୍ଟୋବର ୨୫ ତାରିଖ ରୁ ୨୭ ପର୍ଯ୍ୟନ୍ତ କୁ ଏହି ଧର୍ମଘଟ ଡାକରା ଦିଆ ଯାଇଥିବା ବେଳେ ଦାବି ପୂରଣ ନ ହେଲେ ନଭେମ୍ବର ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି କରାଯାଇଥିବା ଜଣାପଡିଛି।

Share This Article