ରୁଷିକୁଲ୍ୟା ଗଣ୍ଡରେ ବୁଡି ଯୁବ ଡାକ୍ତରଙ୍କ ବିୟୋଗ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କନ୍ଧମାଳ ଜିଲ୍ଲା କ ନୁଆଁଗାଁରେ କର୍ତ୍ତବ୍ୟରତ ଯୁବ ଡାକ୍ତର ରାକେଶ କୁମାର ପାଢ଼ୀଙ୍କର ବିୟୋଗ ଘଟିଛି।

ଘଟଣାରୁ ପ୍ରକାଶ ଯେ, ମୃତ ରାକେଶଙ୍କ ଘର ଗୋଷାଣୀ ନୁଆ ଗାଁ ଅଞ୍ଚଳରେ ଓ ସେ କନ୍ଧମାଳ ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ଦୁଇ ବନ୍ଧୁ ଓ ଜଣେ ସମ୍ପର୍କୀୟ ଭାଇଙ୍କ ସହ ସୋରଡ଼ା ନିକଟସ୍ଥ ଭଗବାନପୁର ହୁଳହୁଳା ଗଣ୍ଡରେ ପିକନିକ୍ କରିବା ପାଇଁ ଯାଇଥିଲେ। କିନ୍ତୁ ସେ ଉକ୍ତ ଗଣ୍ଡରେ ପହଁରିବାକୁ ଯାଇଥିବା ବେଳେ ତାଙ୍କର ଗୋଡ ଖସିଯାଇଥିଲା। ସେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ।

ଏହା ପରେ ତାଙ୍କର ବନ୍ଧୁ ଓ ଭାଇ ଗାଁ ଲୋକଙ୍କ ସହ ମିଶି ଗଣ୍ଡ ମଧ୍ୟରେ ଖୋଜି ନପାଇବାରୁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଯାହା ଫଳରେ ସୋରଡ଼ା ଥାନା ଅଧିକାରୀ ଅନୀଲ ପରିଡ଼ା ଓ ଅଗ୍ନିଶମ ବିଭାଗ ଅଧିକାରୀ ଜଗନ୍ନାଥ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବନ୍ଧୁ ଓ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଉଲ୍ଲେଖଯୋଗ୍ୟ ଯେ, ମହାରାଜା କୃଷ୍ଣ ଚନ୍ଦ୍ର ମେଡିକାଲ କଲେଜରରେ ମୃତ ରାକେଶ ପିଜି କରୁଥିବା ଜଣାପଡିଛି।

Share This Article