୫୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର “ରାମ୍”

Odisha Hot News
1 Min Read

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ରାମ୍ ସାରା ଓଡିଶାର ୫୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। କିଛି ବର୍ଷ ର ବିରତି ପରେ ଅରିନ୍ଦମ ଙ୍କ ଫିଲ୍ମ ପରଦାକୁ ଆସିଥିବାରୁ ପ୍ରେକ୍ଷାଳୟ ସାମ୍ନାରେ ଫ୍ୟାନ୍ ଙ୍କର ବହୁତ ଭିଡ଼ ଜମିଥିଲା। ପ୍ରଥମେ କଟକ ରେ ବୃନ୍ଦାବନ ଓ ଭୁବନେଶ୍ବର ଠାରେ ସ୍ତୁତି ରାମ୍ ର ପ୍ରିମିୟର ହୋଇଥିଲା।

ରାମ୍ ରେ ଓଲିଉଡ଼ ର ଦୁଇ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଏବଂ ଅନୁଭବ ନଜର ଆସିଥିବାରୁ ପ୍ରଥମ ଦିନରେ ଓଡ଼ିଶାର ପ୍ରାୟ ସବୁ ପ୍ରେକ୍ଷାଳୟ ଫୁଲ୍ ଥିଲା। ତାଙ୍କ ସହିତ ବଲିଉଡ ତଥା ଟଲିଉଡ ର ଦୁର୍ଦ୍ଦାନ୍ତ ଖଳନାୟକ ଅଭିନେତା ରାହୁଲ ଦେବ ଅଭିନୟ କରିଛନ୍ତି। ଅରିନ୍ଦମ ଙ୍କ ସହିତ ବାଙ୍ଗୀୟ ସୁନ୍ଦରୀ ନାୟିକା ରୁପ୍ସା ଙ୍କ ଯୋଡି ଦର୍ଶକଙ୍କୁ ବେଶ ଆକର୍ଶିତ କରିଛି। ସହ କଳାକାର ଭାବେ ଓଲିଉଡ଼ର ଅନେକ ଅଭିଜ୍ଞ ଅଭିନେତାଙ୍କୁ ଚଳଚ୍ଚିତ୍ର ରାମ୍ ରେ ବେଶ ଭଲ ବ୍ରେକ୍ ମିଳିଛି।

ନିର୍ଦ୍ଦେଶକ ଅଶୋକ ପତିଙ୍କ ଦମଦାର ନିର୍ଦ୍ଦେଶନା ଯୁବପିଢ଼ିଙ୍କୁ ବେଶ ପ୍ରଭାବିତ କରିଛି।  ଆକ୍ସନ ସାଙ୍ଗକୁ ରୋମାନ୍ସ, କମେଡି ସାଙ୍ଗକୁ ରାମ୍ ରେ ଟ୍ରାଜେଡି ଭରପୁର ରହିଛି। ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ଙ୍କ ପ୍ରଯୋଜିତ ରାମ୍ ଚଳଚ୍ଚିତ୍ର ଏକ ବିଗ ବଜେଟର ଚଳଚ୍ଚିତ୍ର।

ଗୀତଗୁଡିକୁ ସଙ୍ଗୀତ ରେ ସଜାଡିଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ।
ଦଶହରା ବଜାରରେ ୩ ଟି ଓଡ଼ିଆ ଚଳଚ୍ଚିତ୍ର ଆସିଥିବା ବେଳେ ଦର୍ଶକ ରାମ୍ କୁ ଢେର ଭଲ ପାଇବା ଦେଉଥିବା ପରିଲକ୍ଷିତ ହେଉଛି।

Share This Article