ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୮ତମ ଦିବସରେ ୩୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ 

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ବୁଧବାର ଯାତ୍ରାର ୨୭ତମ ଦିବସରେ ୩୭ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ବୁଟକ୍ୟାମ୍ପ ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ୩ଟି ଶିକ୍ଷାନଷ୍ଠାନରେ ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୩ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୩୨୭ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୩୭ଟି ଆଇଡିଆ ସଂଗ୍ରହ କରିଛି।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ପକ୍ଷରୁ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି କଲେଜ ଓ ରାଉରକେଲାର ଗୋଟିଏ ବିଦ୍ୟାଳୟରେ ୩ଟି ବୁଟ୍ କ୍ୟାମ୍ପ ଆୟୋଜନ କରାଯାଇଛି। ରାଉରକେଲା ଡିଏଭି ପବ୍ଲିକ ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ପାଇଁ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଛି, ଯେବେକି ସୁବର୍ଣ୍ଣପୁରର ସୋନପୁର କଲେଜ ଓ ମଡେଲ ଡିଗ୍ରୀ କଲେଜରେ ଦୁଇଟି ଯାତ୍ରା ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୬ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୦,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

Share This Article