ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଛୋଟ ଧରଣର ଅଦଳବଦଳ, ଜାଣନ୍ତୁ କିଏ କୁଆଡେ ଗଲେ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଇନ୍ସପେକ୍ଟର ଏବଂ ସବ ଇନ୍ସପେକ୍ଟର ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ସେହି ଅନୁସାରେ ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ବୋଲଗଡ଼ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ବେଗୁନିଆ ଆଇଆଇସି ଭାବେ ବଦଳି ହୋଇଛି।

ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ବୋଲଗଡ଼ ଆଇଆଇସି ଭାବେ ବଦଳି ହୋଇଛି। କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ଟାଉନ ଥାନା ଏସଆଇ ଭାବେ ବଦଳି ହୋଇଥିବା ବେଳେ ବାଣପୁର ଥାନା ଏସଆଇ ବସନ୍ତ ମିଶ୍ରଙ୍କ କୁହୁଡି ଫାଣ୍ଡି ଅଧିକାରୀ ଭାବେ ବଦଳି ହୋଇଛି।

ଅନୁରୂପ ଭାବେ ଟାଉନ ଥାନା ଏସଆଇ ସୁକାନ୍ତ ଦଳାଇ ଏବଂ ବାଘମାରି ଥାନା ଏସଆଇ ଗାୟତ୍ରୀ ଗୋଛାୟତଙ୍କ ବାଣପୁର ଥାନାକୁ ବଦଳି ହୋଇଛି। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଉକ୍ତ ନିର୍ଦେଶନାମା ଜାରି କରିଛନ୍ତି।

Share This Article