ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ବିୟୋଗ, ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Odisha Hot News
2 Min Read

ଭୁବନେଶ୍ୱର:  ଓଡିଶା ମହାଲେଖାକାର(ଏଜି) କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କୁ ଆଜି ଅନ୍ତିମ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି। ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ଜନସାଧାରଣ, ଅଧିକାରୀ ଓ କର୍ମଚାରୀ ମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା।

ଓଡ଼ିଶାର ରାଜ୍ୟସଭା ଏମପି ଅମର ପଟ୍ଟନାୟକ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡିଶା ସରକାରଙ୍କ ଅର୍ଥ ବିଭାଗର ଶାସନ ସଚିବ ବିଶାଳ ଦେବ, କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ମନ୍ତ୍ରାଳୟର ମହା ନିର୍ଦେଶକ ବିଭୁଦତ୍ତ ବସନ୍ତିଆ, ଦିଲ୍ଲୀ ସିଏଜି କାର୍ଯ୍ୟାଳୟର ମହା ନିର୍ଦେଶକ ବିଜୟ କୁମାର ମହାନ୍ତି, ପ୍ରଧାନ ମହାଲେଖାକାର ରାଜ କୁମାର, ମହାନିର୍ଦେଶକ ରେଳବାଇ ଅଡିଟ କୁଲୱନ୍ତ ସିଂହ ଅନ୍ତିମ ଦର୍ଶନ କରିଥିଲେ।

ସେହିପରି ମହାଲେଖାକାର ବିଶ୍ୱନାଥ ସିଂହ ଜାଡନ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା, ପୂର୍ବତନ ଏ.ଜି, ପି.କେ ମିଶ୍ର, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଉପ ମହାଲେଖାକାର ଏସ. ଅରୁଣା,ଏସ. ମନୋନମଣି, ସୁରେଶ ରାଧିକା, ଉପ ନିର୍ଦେଶକ ଦୁଃଶାସନ ବେହେରା,ଲେଖାଶ୍ରୀ ସାମନ୍ତ ସିଂହାର, ଓଡିଶା ସରକାରଙ୍କ ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତି,ବରିଷ୍ଠ ଲେଖା ଅଧିକାରୀ (କଲ୍ୟାଣ) ଶରତ ଚନ୍ଦ୍ର ନାୟକ, ସହକାରୀ ଲେଖା ପରୀକ୍ଷା ଅଧିକାରୀ ଚିନ୍ମୟ କୁମାର ହୋତା ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

ପ୍ରଧାନ ମହାଲେଖାକାରଙ୍କ ସଚିବ ଶରତ ଚନ୍ଦ୍ର ଭାରିମଲ୍ଲ, ଏ. ଜି ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ମହଲେଖାକାରଙ୍କ ଓଏସଡ଼ି ବିଜୟ କୁମାର ନାୟକ,ଏଜି କାର୍ଯ୍ୟାଳୟର ବିଭିନ୍ନ ବିଭିନ୍ନ କର୍ମଚାରୀ ସଂଘର କର୍ମକର୍ତ୍ତା ଦେବାନନ୍ଦ ଦାସ,କୈଳାଶ ଚନ୍ଦ୍ର ପଣ୍ଡା,ଅଶୋକ କୁମାର ପଟ୍ଟନାୟକ,ପ୍ରଦୀପ ପାତ୍ର,ଅଭିରାମ ମହାନ୍ତି,ଦୀପ୍ତି ରାୟ ଭୁବନେଶ୍ୱର ଓ ପୁରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରାଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

ପୁରୀ ସ୍ୱର୍ଗଦ୍ୱାର ଠାରେ ଆଜି ଅନ୍ତିମ ସଂସ୍କାର କରାଯାଇଅଛିl ସାନ ଭାଇ ମାଧଵାନନ୍ଦ ବେହେରା ଓ ସାନ ପୁଅ ଲେହଁ ବେହେରା ମୁଖାଗ୍ନି ଦେଇଥିଲେ।
ସେ ଜଣେ ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ରାଜ୍ୟର ପ୍ରଧାନ ମହାଲେଖାକାର କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଓଡିଶା ଏ. ଜି ରେ ପ୍ରଧାନ ମହାଲେଖାକାରଭାବେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସର ଦିନରେ ପେନସନ ଓ ଭବିଷ୍ୟନିଧି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭକରିବା ସହ ବିଭିନ୍ନ ଜିଲ୍ଲାରେ ପେନସନ ଅଦାଲତ ଅନୁଷ୍ଠିତ କରି ବାକିଆ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ।

Share This Article