ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଚିଲେ ଦୁଇ ଓଡ଼ିଆ ବୀର ସହିଦ ଯବାନ ପ୍ରସନ୍ନ କୁମାର ଓ ମନୋଜ କୁମାର ବେହେରା । ଦେଶ ପାଇଁ ଜୀବନକୁ ବାଜି ଲଗାଇ ଆଜି କଫନରେ ଫେରିଲେ ଦୁଇ ଓଡ଼ିଆ ଯବାନ । ସେମାନଙ୍କ ମରଶରୀରକୁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଣାଯାଇଥିଲା । ସହୀଦଙ୍କ ପାର୍ଥିବ ଶରୀର ଭୂବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସହୀଦ୍ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ । ସହୀଦଙ୍କୁ ଶେଷ ସଲାମ ପାଇଁ ସିଆରପିଏଫ୍ ପକ୍ଷରୁ ଭୂବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଞ୍ଜଳୀ ପରେ ଦୁଇ ସହୀଦ ଯବାନଙ୍କୁ ସେମାନଙ୍କ ଗାଁ କୁ ନିଆଯିବ । ଜନ୍ମମାଟିରେ ଜଳିବ ସେମାନଙ୍କର ଚିତା । ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିବା ଦୁଇ ଓଡିଆ ବୀର ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲାର ମନୋଜ ବେହେରା । ସମଗ୍ର ଅଂଚଳବାସୀ ଏବେ ଅପେକ୍ଷା କରିଛନ୍ତି ମାଟି ପାଇଁ ଗର୍ବ ଆଣିଥିବା ଏହି ଦୁଇ ଓଡିଆ ବୀରଙ୍କୁ ।
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ ଓଡ଼ିଆ ସହିଦ ବୀରପୁତ୍ର….
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
