ଏଣିକି ମହାନଦୀ ପଠାରେ ହୋଇପାରିବ ନାହିଁ କୌଣସି ପିକ୍‌ନିକ୍‌

Odisha Hot News
1 Min Read

କଟକ: କଟକ ମହାନଗର ନଦୀ ପ୍ରଦୂଷଣ ରୋକିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ଏଣିକି ମହାନଦୀ ପଠାରେ କୌଣସି ପିକ୍‌ନିକ୍‌ ହୋଇପାରିବ ନାହିଁ। ଏପରିକି କୌଣସି ପ୍ରକାରର ଇଭେଣ୍ଟ ମଧ୍ୟ ଆୟୋଜନ ହୋଇପାରିବ ନାହିଁ।

ନଦୀ ପ୍ରଦୂଷଣ ରୋକିବା ଲାଗି ସିଏମସି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଏନେଇ ସିଏମସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ମୁତାବକ ସିଲଭର ସିଟି ବୋଟ୍ କ୍ଲବ୍ ଠାରୁ କଟକ ଇନ୍ କଟକ ଏବଂ ତଳ ବାଲିଯାତ୍ରା ପଡିଆ ଠାରୁ ଚହଟା ଘାଟ ଯାଏଁ, ମହାନଦୀ ପଠାରେ କୌଣସି ଭୋଜି ଭାତ ଆୟୋଜନ ନକରିବାକୁ ସିଏମସି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Share This Article