ପାଣ୍ଡିଆନଙ୍କ ସହ ଘରୋଇ ମାଲିକ ସଂଘର ଆଲୋଚନା ପରେ ସ୍ଥଗିତ ହେଲା ବସ ଧର୍ମଘଟ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାରେ ଘରୋଇ ବସ ମାଲିକ ମହାସଂଘ ଯେଉଁ ଧର୍ମଘଟ ଡାକରା ଦେଇଥିଲା ତାହା ସ୍ଥଗିତ ରଖାଯାଇଛି। ଆଜି ସଂଘର କର୍ମକର୍ତ୍ତା  ଭି କେ ପାଣ୍ଡିଆନ ଏବଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆଲୋଚନା କରିବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ବସ ମାଲିକ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ।

ମୁଖ୍ୟତଃ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ଗାଁ ସ୍ତରରେ ବସ ସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକୁ ଘରୋଇ ବସ ମାଲିକ ସଂଘ ଆପତ୍ତି କରିଛି। ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଉ ବୋଲି ସଂଘ ଦାବୀ କରିଛି।

ଏହାକୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସଂଘର ଦାବୀକୁ ବିଚାର କରାଯିବ ବୋଲି ସରକାରଙ୍କ ତରଫରୁ ପ୍ରତିଶୃତି ଦିଆଯାଇଥିଲା। ଫଳରେ ସଂଘ ଚଳିତ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟକୁ ସ୍ଥଗିତ ରଖିଛି।

ଏହି ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି କେ ପାଣ୍ଡିଆନ, ପରିବହନ କମିଶନର, କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।

Share This Article