ଭୁବନେଶ୍ୱର: ଆଜି ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମ ଓଡ଼ିଶାର ବାସିନ୍ଦା । ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଏହି ୨୯ ବର୍ଷିଅ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ଯୁବକ କିଛି ଦିନ ପୂର୍ବରୁ ବାହାରିନରୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି।
Tested till yesterday: 1395
Tested today: 304(one positive)
RMRC: 223
AIIMS: 38
SCB: 43
Cumulative
Total tested: 1699
Positive: 21
— H & FW Dept Odisha (@HFWOdisha) April 4, 2020