ପ୍ରତିବର୍ଷ ଅକ୍ଟୋବର ୩ ତାରିଖରେ ପାଳନ ହେବ ରସାବଳୀ ଉତ୍ସବ, ବଳଦେବ ସେନାର ନିଷ୍ପତି

Odisha Hot News
2 Min Read

କେନ୍ଦ୍ରାପଡା: ଜୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ଭୋଗ, କେନ୍ଦ୍ରାପଡ଼ାର ଗର୍ବ ରସାବଳୀ କୁ ମିଳିଲା ବିଶ୍ଵ ପରିଚୟ, ରସାବଳୀ କେନ୍ଦ୍ରାପଡାର ବୋଲି ମିଳିଲା GI ଟ୍ୟାଗ। ସେଥିପାଇଁ ଏହା ହେଉଛି କେନ୍ଦ୍ରାପଡ଼ା ବାସୀଙ୍କର ଏକ ଐତିହାସିକ ଦିନ।

ସେଥିପାଇଁ କେନ୍ଦ୍ରାପଡାର ଅଗ୍ରଣୀ ସଂଗଠନ ବଳଦେବ ସେନା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ନିକଟରେ ଉପସ୍ଥିତ ରହି ଏହି ଖୁସିକୁ ‘ରସାବଳୀ ଉତ୍ସବ’ ରୂପେ ପାଳନ କରିଛି।ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମେକାପଙ୍କ ତତ୍ତ୍ଵାବଧାନରେ ବଳଦେବ ସେନା ଏହି ମାନ୍ୟତା ହାସଲ କାର୍ଯ୍ୟରେ କିଛି ମାତ୍ରାରେ ଲିପ୍ତ ରହିଆସିଛି। ଏଣୁ ଏହା ସମସ୍ତ କେନ୍ଦ୍ରାପଡ଼ା ବାସୀଙ୍କର ବିଜୟ ଦିବସ। ମହାପ୍ରଭୁଙ୍କ ନିକଟରେ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଏହି ଐତିହାସିକ ବିଜୟ ନିମିତ୍ତ ପ୍ରାର୍ଥନା କରିଛି ବଳଦେବ ସେନା।

ରସାବଳି ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ମଧ୍ୟରେ ଶ୍ରେଷ୍ଠ ତଥା ଅତି ପ୍ରିୟ। ଏଣୁ ରସାବଳିକୁ ବିଶ୍ଵ ପରିଚୟ ମିଳିବା ସାରା କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ଏକ ଅତି ଖୁସିର ଦିନ ଅଟେ।

କେବଳ ଆଜି ନୁହେଁ ପ୍ରତିବର୍ଷ ଅକ୍ଟୋବର ୩ ତାରିଖରେ ଏହି ଭଳି ଭାବେ, GI ମାନ୍ୟତା ହାସଲ ଦିନରେ ଐତିହାସିକ ରସାବଳି ଉତ୍ସବ ପାଳନ କରିବ ବୋଲି ସଭାପତି ପାପୁନ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବଳଦେବ ସେନାର ସଭାପତି ପପୁନ କୁମାର ସ୍ବାଇଁ, ସମ୍ପାଦକ ଅମର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ ଏବଂ ଜ୍ୟୋତି ରଞ୍ଜନ ପତ୍ରୀ, ସଦସ୍ୟ ପ୍ରତୀକ ଅନୁରାଗ ଦାଶ, ଆଶୁତୋଷ ପଣ୍ଡା, ଆଲୋକ ସାହୁ, ଉମେଶ ବେହେରା, ସାରଦା ରାଉତରାୟ, ଜ୍ଞାନରଞ୍ଜନ ସାହୁ, ହିମାଂଶୁ ରାଉତ, ପଦ୍ମଲୋଚନ ସାହୁ , ମନ୍ଦିର ସେବାୟତ ମାନଙ୍କ ମଧ୍ୟରୁ ରବୀନ୍ଦ୍ର ସୁଆର, ଗଗନ ପତ୍ରୀ, ଶଶିକାନ୍ତ ସୁଆର, ରଞ୍ଜନ ସୁଆର, ମହେଶ୍ୱର ପତ୍ରୀ, ଅମିତାଭ ସୁଆର, ଧର୍ମଦର୍ଶି କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ।

ଗରାପୁର ଶିବାନନ୍ଦ ଆଶ୍ରମର ଶ୍ରୀ ମା ସ୍ଵାମୀ ଦିବ୍ୟ ସ୍ୱରୁପନନ୍ଦ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ମହାପ୍ରଭୁଙ୍କ ନିକଟରେ ରସାବଳି ଭୋଗ ଲାଗିକରି, ଦୀପ ଦାନ କରାଯାଇଥିଲା, ଏବଂ ଭକ୍ତମାନଙ୍କ ମଧ୍ୟରେ ଖୁସିରେ ରସାବଳି ବଣ୍ଟନ କରାଯାଇ, କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।

Share This Article