ନିଖୋଜ ବ୍ୟାଙ୍କ ପରିଚାଳକ ଆନ୍ଧ୍ର ସୀମାନ୍ତରୁ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କଟକ ଜିଲ୍ଲା ବଡମ୍ବା କାନାରା ବ୍ୟାଙ୍କ ପରିଚାଳକ ପତନ କୁମାର ସାହୁ ନିଖୋଜ ମାମଲାର ଅନ୍ତ ଘଟିଛି। ଗୋଳନ୍ଥରା ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉଦ୍ଧାର କରି ବଡମ୍ବା ପୋଲିସକୁ ଜଣାଇଛି। ପରେ ବଡମ୍ବା ପୋଲିସ ଓ ପରିବାର ସଦସ୍ୟମାନେ ଗୋଳନ୍ଥରା ଥାନାରେ ପହଞ୍ଚି ପତନଙ୍କୁ ସାକ୍ଷାତ କରିଛନ୍ତି। ଏହି ଘଟଣାର ପୋଲିସ ଅନୁଧ୍ୟାନ କରୁଛି।

ପ୍ରକାଶ ଥାଉକି ତପନ ଗତ ୨୫ ତାରିଖ ଦିନ ବ୍ୟାଙ୍କକୁ ଯିବା ପରେ ସନ୍ଧ୍ୟାରେ ଘରକୁ ଆସିନଥିଲେ ଓ ମୋବାଇଲ ଫୋନ ବନ୍ଦ କରି ଦେଇଥିଲେ। ଯାହା ଫଳରେ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ପୋଲିସ ଅନୁସନ୍ଧାନ ଚଳାଇ ସେ ଆନ୍ଧ୍ର ପଟୁ ଆସୁଥିବା ଖବର ପାଇ ଗୋଳନ୍ଥରା ଥାନାକୁ ଜଣାଇବା ପରେ ଗୋଳନ୍ଥରା ପୋଲିସ ସେ ଏକ ମୋଟରସାଇକେଲରେ ଆସୁଥିବା ବେଳେ ତାକୁ ଅଟକାଇ ବଡମ୍ବା ଥାନାକୁ ଅବଗତ କରାଇଥିଲେ।

ଅନ୍ୟ ପକ୍ଷରେ ତପନ ନିଖୋଜ ରହସ୍ୟମୟ ହୋଇ ରହିଛି। ସଠିକ ଅନୁସନ୍ଧାନ କଲେ ରହସ୍ୟ ଉପରୁ ପରଦା ଉଠିବ ବୋଲି ଜଣାପଡିଛି।

Share This Article