ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। କ୍ୟାପିଟାଲ ହସ୍ପିଟାଲରୁ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡିସ୍ଚାର୍ଜ ହୋଇଛନ୍ତି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଯୁବକ ଜଣକ ବିଦେଶରୁ ଫେରିବା ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସୂଚନା ମଧ୍ୟ ଦେଇଥିଲା। ତେବେ ହସ୍ପିଟାଲରେ ଦୁଇ ଦୁଇଥର ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଡିସ୍ଚାର୍ଜ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଟୁଇଟ୍ କରି କହିଛି।
ସୂଚନାଯୋଗ୍ୟ, ରାଜ୍ୟରେ ୫ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ଏମ୍ସ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲେ। ବର୍ତ୍ତମାନ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.