ପୋଖରୀରେ ବୁଡି ଯୁବକର ମୃତ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ବାବାଜୀ ପୋଖରୀରେ ବୁଡି ଚିନ୍ତାମଣି ପଣ୍ଡା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ଘର କରୁଣାକର ମାର୍ଗ ଓ ସେ ଶଙ୍କର ପଣ୍ଡାଙ୍କ ପୁଅ ବୋଲି ଜଣାପଡିଛି।

ସୁଚନା ଅନୁଯାୟୀ ଚିନ୍ତାମଣି ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରିବାରେ ବିଳମ୍ବ ଯୋଗୁଁ ପରିବାର ଲୋକେ ଖୋଜିବାକୁ ଯାଇ ଦେଖିଲେ ପୋଖରୀ ହୁଡ଼ାରେ ତାଙ୍କର ଚପଲ ପଡ଼ିଛି। ଏହି ପରିସ୍ଥିତିରେ ଗାଁ ଓ ପରିବାର ଲୋକେ ପୋଖରୀରେ ଖୋଜି ନପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶବ ଉଦ୍ଧାର କରିଛି।

ପ୍ରକାଶ ଥାଉକି ଶବ ଉଦ୍ଧାର ପର୍ଯ୍ୟନ୍ତ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Share This Article