କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକ ଗୌତମୀ ଗ୍ରାମ ବାଲିଢେପ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଭୈରବୀ ମନ୍ଦିର କୁଅରୁ ଘନଶ୍ୟାମ ବେହେରା ନାମକ (୩୦ ବର୍ଷ) ଯୁବକଙ୍କ ମୃତଦେହ  ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ମୃତ ଘନଶ୍ୟାମ ଗତକାଲି ଠାରୁ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କର ସନ୍ଧାନ ମିଳିନଥିଲା। କିନ୍ତୁ ଆଜି ସକାଳେ କିଛି ଲୋକ ଉକ୍ତ ମନ୍ଦିର କୁଅରେ ମୃତଦେହ ଭାସୁଥିବା ଦେଖି ସରପଞ୍ଚ ଝିଲି ରେଡ୍ଡୀ ଓ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀଙ୍କୁ ଜଣାଇଥିଲେ। ପରେ ସରପଞ୍ଚ ଅଗ୍ନିଶମ ବିଭାଗ, ସଦର ଥାନା ପୋଲିସ ଓ ସାନଖେମୁଣ୍ଡି ତହସିଲ ଖଲିଙ୍ଗି ଆର୍ ଆଇ ଙ୍କ ସହଯୋଗ =ରେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି।

Share This Article