ଓଡିଶାର ଗର୍ବ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ବିଶ୍ବ ସ୍ତର ଶ୍ରେଷ୍ଠ ମାନ୍ୟତା

Odisha Hot News
1 Min Read

ନୂଆଦିଲ୍ଲୀ: ଓଡିଶାର ପାଇଁ ଏକ ଗର୍ବର କଥା। କାରଣ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ବିଶ୍ବସ୍ତରର ଗୋଟିଏ ସଂସ୍ଥା ତାଙ୍କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସର ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ‘ଏ’ ମାନ୍ୟତା ଦିଆଯାଇଛି।

ଆମେରିକାର ଭିତ୍ତିକ ଏହି ଗ୍ଲୋବାଲ ଫାଇନାନ୍ସ ପତ୍ରିକା ଦ୍ବାରା ଶ୍ରୀ ଦାସଙ୍କୁ ତିନିଟି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ତାଲିକାର ଶୀର୍ଷରେ ସ୍ଥାନିତ କରାଯାଇଛି। ତାଙ୍କ ପରେ ସ୍ୱିଜରଲ୍ୟାଣ୍ଡର ଥୋମାସ୍ ଜେ ଜୋର୍ଡାନ ଏବଂ ଭିଏତନାମର ନଗୁଏନ ଥି ହଙ୍ଗ ଅଛନ୍ତି। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ‘ଏ’ ମାନ୍ୟତା ପାଇଥିବାରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଆରବିଆଇ ଗଭର୍ଣ୍ଣରଙ୍କ ଉତ୍ସର୍ଗୀକୃତ ସେବା ଏବଂ ଦୂରଦୃଷ୍ଟି ଯୋଗୁଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପଥକୁ ମଜବୁତ କରିବାରେ ଲାଗିଛି ବୋଲି ମୋଦି କହିଛନ୍ତି। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ନେତୃତ୍ୱ ବର୍ତ୍ତମାନର ପରୀକ୍ଷା ଏବଂ ଆହ୍ବାନକୁ ସେ ସହ୍ୟ କରି କାର୍ଯ୍ୟ କରୁଛନ୍ତି।

Share This Article