ବାଣପୁର ବାଇପାସରେ ଗୋମାଂସ ବୋଝେଇ ଟ୍ରକକୁ ଅଟକାଇ ପୋଲିସରେ ଜିମା ଦେଲା ବଜରଙ୍ଗ ଦଳ

Odisha Hot News
1 Min Read

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସରେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ଦ୍ଵାରା ଏକ ଗୋମାଂସ ବୋଝେଇ ଟ୍ରକ ଅଟକ ରଖାଯାଇ ବାଣପୁର ପୋଲିସ ଜିମା ଦିଆଯାଇଛି।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ ଆନ୍ଧ୍ର ଅଭିମୁଖେ ଏକ ଗୋ ମାଂସ ବୋଝେଇ ଟ୍ରକ ଯାଉଥିବା ବେଳେ ବାଣପୁର ବାଇପାସ ନିକଟରେ ଉକ୍ତ ଟ୍ରକରୁ ରକ୍ତ ପଡୁଥିବାର ଦେଖି ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ତାକୁ ଅଟକାଇଥିଲେ। ପରବର୍ତ୍ତୀ ସମୟରେ ବାଣପୁର ପୋଲିସକୁ ଉକ୍ତ ଟ୍ରକ ସମେତ ଡ୍ରାଇଭର ଓ ହେଲ୍ପରକୁ ଜିମା ଦେଇଥିଲେ। ପୋଲିସ ଉଭୟଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

ତେବେ ଟ୍ରକରୁ ମାଂସ ଖାଲି କରାଯାଇ ଗୋପୀନାଥପୁର ନିକଟସ୍ଥ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ପାଖେ ଜେସିବି ସାହାଯ୍ୟରେ ପୋତାଯିବ ବୋଲି ସୂଚନା ମିଳିଛି।

Share This Article