ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ, ସଂକ୍ରମିତ ଭଦ୍ରକ ଜିଲ୍ଲାର

Odisha Hot News
1 Min Read

ଭୁବନେଶ୍ଵର ୩୧।୦୩: ଲକ୍‌ଡାଉନ୍‌ ପରି କଠୋର ପଦକ୍ଷେପ ସତ୍ଵେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ଘଟିଛି। ସଂକ୍ରମିତ ଯୁବକଙ୍କ ଘର ଭଦ୍ରକ। କିଛି ଦିନ ତଳେ ସେ ଦୁବାଇରୁ ଫେରିଥିଲେ। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚତୁର୍ଥ କରୋନା ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ଏହା ପୂର୍ବରୁ ରାଜ୍ୟରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ୍‌ଥିଲେ। ସମସ୍ତେ ଭୁବନେଶ୍ଵରର  ବାସିନ୍ଦା ଥିଲେ। ଏହା ପୂର୍ବରୁ ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୪୭୬ ଜଣଙ୍କ କରୋନା ଚିହ୍ନଟ କରାଯାଇଥିଲା। ହେଲେ କେବଳ ତିନି ଜଣ ହିଁ ପଜିଟିଭ୍ ଥିଲେ। ବାକି ରିପୋର୍ଟ ନେଗେଟିଭ୍ ଆସିଥିଲା। ଏବେ ଚତୁର୍ଥ କରୋନା ରୋଗୀ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି। ଏବେ ଚତୁର୍ଥ ସଂକ୍ରମିତ କାହା ସଂସ୍ପର୍ଶରେ ଆସିଛନ୍ତି ତାର ଯାଞ୍ଚ ଆରମ୍ଭ ହୋଇ ଯାଇଛି।

ପୂର୍ବରୁ ତିନି ରୋଗୀଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଉଲ୍ଲେଖଯୋଗ୍ୟ ସମଗ୍ର ଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ମୋଟ୍ ୪୯ ଜଣ ବିଦେଶୀ ନାଗରିକ ଅଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ ସର୍ବାଧିକ କରୋନା ସଂକ୍ରମିତ କେରଳରୁ ଆସିଛି। ଏହି ରାଜ୍ୟରେ ୨୩୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରୁ ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Share This Article
Leave a Comment